ମାଲକାନଗିରି: ମାଲକାନଗିରିରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପକ୍ଷରୁ ଚଢ଼ାଉ ଚାଲିଛି । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉ ଜାରି ରହିଛି। ହାଇଦ୍ରାବାଦର ଏନଆଇଏ ଟିମ୍ ଭୋର ୩ଟାରୁ ଚଢ଼ାଉ କରିଛି। ଏଥିରେ ବିଏସ୍ଏଫ୍ ଓ ଡିଭିଏଫ୍ ସହାୟତା କରୁଥିବା ଜଣାଯାଇଛି।
ମାଓ କାର୍ଯ୍ୟକଳାପ ସହ ସଂପୃକ୍ତି ନେଇ ଏହି ଚଢ଼ାଉ କରାଯାଉଥିବାର ସୂଚନା ମିଳିଛି। ସେହିପରି ଛତିଶଗଡ଼ର ୨ଟି ସ୍ଥାନରେ ବି ଏନ୍ଆଇଏ ତନାଘନା ଚଳାଇଛି ।
ସୂଚନାଯୋଗ୍ୟ, ଗତ କିଛିଦିନ ହେବ ପୁଣି ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ । ମାଓ ଦମନ ନେଇ ସୁରକ୍ଷାକର୍ମୀଙ୍କ ତରଫରୁ କରାଯାଉଛି ଜୋରଦାର ଅପରେସନ୍।