ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରାଜନୈତିକ ଉଷ୍ମତା


February 5, 2019

ନୟାଗଡ଼ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ରାଜନୀତି ବର୍ତମାନ ସରଗରମ ହେବାରେ ଲାଗିଛି କାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଏଠାକାର ରାଜନୈତିକ ବାତାବରଣ ସେତେ ଉଷ୍ମ ହେବାରେ ଲାଗିଛି ସୂଚନା ମୁତାବକ ଏଠାରେ ବିଜୁ ଜନତା ଦଳର ଯୁବ ନେତା ରମେଶ ଚନ୍ଦ୍ର ବେହେରାଙ୍କ ହଜାର ହଜାର ଜନ ସମର୍ଥନ ଥିବା ପ୍ରମାଣିତ କରୁଛି ରମେଶଙ୍କ ଦବ୍ ଦବା । ଏହା ଛଡ଼ା ରମେଶ ଜଣେ ଉଚ୍ଚ ଶିକ୍ଷିତ ଶାନ୍ତ ଓ ସରଳ ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କୁ ବହୁ ଜନ ସାଧାରଣ ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଛି । ରମେଶ ମଧ୍ୟ ଯୁବ ଶକ୍ତିକୁ ପ୍ରଧାନ୍ୟ ଦେଉଥିବା ତାଙ୍କ ଅଭିଭାଷଣରୁ ସ୍ପଷ୍ଟ ଜଣା ପଡୁଛି । କାରଣ ରମେଶ କହିବାକଥା ତାଙ୍କ ଅଂଚଳର ଯୁବକ ମାନେ କିପରି ବାହରକୁ କାମ କରିବାକୁ ନଯାଇ ନିଜ ଅଞ୍ଚଳରେ କାମ ପାଇବେ ଏହା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିଛି ।

ସୂଚନା ଯୋଗ୍ୟ : ଦଶପଲ୍ଲା ବିଧାନସଭା ଆସନରୁ ପୂର୍ଣ୍ଣ ନାୟକ ବିଜେଡିରୁ ବିଧାୟକ ହୋଇଥିବା ବେଳେ ବିଭିନ୍ନ ସମୟରେ ଲୋକଙ୍କ ନିକଟତର ହୋଇପାରିନଥିବା ଓ ଅଞ୍ଚଳର ବିକାଶ ଯେତିକି ହେବା କଥା ହୋଇପାରି ନଥିବା ଲୋକେ ଆଲୋଚନା କରୁଛନ୍ତି l ତେବେ ଧିରେଧିରେ ବିଧାୟକଙ୍କ ଲୋକ ପ୍ରିୟତା କମିବାରେ ଲାଗିଛି । ତେଣୁ ଏହି ନିର୍ବାଚନ ମଣ୍ଡଳୀ କୁ ପୁଣିଥରେ ବିଜେଡି ନିଜ କବ୍ଜାକୁ ଆଣିବାକୁ ସେଠାରେ ନୂଆପ୍ରାର୍ଥୀ କରିବା ନେଇଁ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଶାୟୀଙ୍କ ସଂଖ୍ୟା ବଢିଚାଲିଛି । ଆଶାୟୀ ପ୍ରାର୍ଥୀମାନେ ଜୋରଦାର୍ ଲବି ଚଳାଇଥିଲେ ମଧ୍ୟ, ସ୍ଥାନୀୟ ଯୁବନେତା ରମେଶ ଚନ୍ଦ୍ର ବେହେରା , ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି । ରମେଶ ଯୁବ ବର୍ଗର ହୋଇଥିବାରୁ ସ୍ଥାନୀୟ ଯୁବପିଢି ତାଙ୍କର ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ଅଣ୍ଟା ଭିଡିଥିବା ଲକ୍ଷ୍ୟ କରାଯାଉଛି । ତେବେ ସେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଏବଂ ସେ ITDA ରେ ଚାକିରୀ କରିଛନ୍ତି, ହେଲେ ଜନସେବାର ନିଶା ତାଙ୍କୁ ଟାଣିଆଣିଛି ରାଜନୀତିକୁ। ନିର୍ବାଚନ ମଣ୍ଡଳୀର ବହୁ ସ୍ୱେଚ୍ଛାସେବୀ ସଂସ୍ଥା ସହିତ ସେ ଓତଃପୋତଃ ଭାବେ ଜଡିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *

WP Facebook Auto Publish Powered By : XYZScripts.com