ଛୋଟ ଛୁଆ ଅଛି କି ? ଦାନ୍ତ ଉଠିବା ସମୟରେ ଏପରି ଜିନିଷଠୁ ଦୁରେଇ ରଖନ୍ତୁ !!!


January 14, 2019

ଯେବେ ଛୁଆର ଦାନ୍ତ ଉଠେ ପିତା ମାତାଙ୍କୁ ଖୁସିଲାଗିବା ସ୍ୱାଭାବିକ | ମାତା ପିତାଙ୍କର ଏହି ଖୁସି ଆହୁରି ଅଧିକ ହୋଇଯାଏ ଯେତେବେଳେ ଛୁଆ ନ କାନ୍ଦି ଖେଳନା ସହ ଖେଳିଥାଏ | ବାସ୍ତବରେ ଦାନ୍ତ ଉଠିବା ସମୟରେ ଛୁଆ ବହୁତ କାନ୍ଦିଥାଏ ଏବଂ ବହୁତ ଚିଡିଚିଡା ହୋଇଯାଏ | ଏହି ସମୟରେ ବିବ୍ରତ ହେବାସହ ପିତାମାତା ତା ଠାରୁ ଅଧିକ ଚିନ୍ତିତ ଥାନ୍ତି | ଏଥିରୁ ଦୂରେଇବା ପାଇଁ ପିତାମାତା ଛୁଆଙ୍କୁ ପ୍ଲାଷ୍ଟିକ ଟିଥର ଧରେଇଦେଇଥାନ୍ତି | କିନ୍ତୁ ଆପଣ ଜାଣିରଖନ୍ତୁ କି ଏହି ପ୍ଲାଷ୍ଟିକ ଏବଂ ରେଡିମେଡ ଟିଥର ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ସାବ୍ୟସ୍ତ ହୋଇପାରେ | ଏଥିରେ ଛୁଆର ଦାନ୍ତ ମାଢି କ୍ଷତାକ୍ତ ହେବାସହ ବହୁତ ଗମ୍ଭୀର ରୋଗ ହେବାର ସମ୍ଭାବନା ଥାଏ |

କଣ ଏହି ଟିଥର

ଟିଥର ଆମେ ସେହି ଜିନିଷକୁ କହିଥାଉ ଯାହା ଛୁଆଙ୍କୁ କାମୁଡ଼ିବାକୁ ଦିଆଯାଇଥାଏ | ଏହାକୁ କାମୁଡି ରଖିଲେ ଦାନ୍ତ ଉଠିବା ସମୟରେ ଯେଉଁ କଷ୍ଟ ଅନୁଭବ ହୋଇଥାଏ ସେଥିରୁ ଉପଶମ ମିଳେ | କିନ୍ତୁ ଆମେ ଛୁଆଙ୍କୁ ଟିଥର ପରିବର୍ତେ ଟିକେ ଶକ୍ତ ଥିବା ଫଳ ଦେଇପାରିବ | କିନ୍ତୁ ଧ୍ୟାନ ଦିଅନ୍ତୁ କି ଫଳ ଠିକ ଭାବରେ ସଫା ରହିବ ସହ ଚୋପା ନ ରହିବା ଦରକାର କାରଣ ସେମାନେ ଚୋପାକୁ ହଜମ କରିପାରନ୍ତି ନାହିଁ ଯାହାଫଳରେ କି ପେଟ ଖରାପ ହେଇପାରେ | ଏହାସହ ବହୁତ ନରମ ଫଳ କେବେ ବି ଦିଅନ୍ତୁ ନାହିଁ କାରଣ ନରମ ଫଳକୁ କାମୁଡ଼ିଦେବେ ଯାହାକି ପିଲାର ତଣ୍ଟିରେ ଫସିଯିବ |

Leave a Reply

Your email address will not be published. Required fields are marked *

WP Facebook Auto Publish Powered By : XYZScripts.com