ଜାଣନ୍ତୁ ଆପଣ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ କି ନା ?


January 5, 2019

କାଳିଆ ଯୋଜନାକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହା ମୁଖ୍ୟ ସାଶନ ସଚିବଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ବୈଠକରେ ରେଡ ଫର୍ମ ଓ ଗ୍ରୀନ ଫର୍ମ ସଂଗ୍ରହ ନେଇ ଆଲୋଚନା ହୋଇଥିଲା | କେଉଁମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ, ତାହା ସ୍ପଷ୍ଟ ହୋଇଛି | ଯଦି କେହି ଅସ୍ତ ଉପାୟରେ ଏହାର ଲାଭ ଉଠାଇବାକୁ ଚେଷ୍ଟା କରନ୍ତି, ସେଥିପାଇଁ ଦଣ୍ଡର ବ୍ୟବସ୍ତା କରାଯାଇଛି |

୧. କ୍ଷୁଦ୍ର ଓ ନାମମାତ୍ର ଚାଷୀ ( ଯେଉଁ ଚାଷୀ ଜମିର ପରିମାଣ ୨.୫ – ୫ ଏକର ମଧ୍ୟରେ ଥିବ ) ଏହି ଶ୍ରେଣୀର ଚାଷୀଙ୍କୁ ରାବୁ ଓ ଖରିଫ ଋତୁରେ ବିହନ, ସାର, ଓ କୀଟନାଶକ ୫ଟି ଫସଲ ଋତୁ ପାଇଁ ୨୫୦୦୦ ଟଙ୍କା ପାଇବେ |

୨. କୃଷି ଶ୍ରମିକ ଓ ଭାଗଚାଷୀ, ଅସମର୍ଥ ଚାଷୀ – ଯେଉଁ ଚାଷୀ ରୋଗଗ୍ରସ୍ତ କିମ୍ବା ବାର୍ଦ୍ଧକ୍ୟ କାରଣରୁ ଚାଷ କରିବା ପାଇଁ ଅସମର୍ଥ ସେମାନଙ୍କୁ ଏକ କାଳୀନ ୧୦୦୦୦ ସହାୟତା ପ୍ରଦାନ କରାଯିବ |ଏହି ଯୋଜନାରେ ପ୍ରତିବର୍ଷ ୫ଲକ୍ଷ ପରିବାର ଉପକୃତ ହେବେ |

୩. ବୀମା ସହାୟତା – ଦୁର୍ଘଟଣା ପ୍ରାପ୍ତ ଚାଷୀଙ୍କ ପାଇଁ ୨ଲକ୍ଷ ସହାୟତା ରାଶି ପ୍ରଦାନ କରାଯିବ |

୪. ଫସଲ ବୀମା – ଆସନ୍ତା ୨୦୧୯ ଖରିଫ ଋତୁ ଠାରୁ ବିନସୁଧାରେ ୫୦ହଜାର ଟଙ୍କା ଫସଲ ପାଇଁ ସହାୟତା ପ୍ରଦାନ କରାଯିବ |

କିପରି ଜାଣିବେ ଆପଣଙ୍କ ନାମ ରହିଛି କି ନାହିଁ, ଆବେଦନ କେଉଁଠି କେମିତି କରିବେ …

ଯୋଗ୍ୟ ହିତାଧିକାରଙ୍କ ତାଲିକା ପ୍ରତି ପଞ୍ଚାୟତ ଓ କୃଷି ସମବାୟ ସମିତି ମାଧ୍ୟମରେ ତିନୋଟି ପର୍ଯ୍ୟାୟରେ ତାଲିକା ପ୍ରକାଶ ପାଇବ | ହିତାଧିକାର ନିଜ ନାମ ତାଲିକାରେ ଅଛି କି ନାହିଁ ତାହା ଦେଖିପାରିବେ |
ଯଦି ତାଲିକାରୁ ଆପଣ ବାଦ ପଡିଛନ୍ତି ତାହାଲେ ସମ୍ପୃକ୍ତ କୃଷି ସମବାୟ ସମିତିରେ ଉପଲବ୍ଧ ଗ୍ରୀନ ଫର୍ମ ପୂରଣକରି ଆବେଦନ କରିପାରିବେ |

କେଉଁମାନେ ଏହାର ଲାଭ ପାଇବେନାହିଁ

ସରକାର କର୍ମଚାରୀ ଓ ବୃହତ ଚାଷୀ ଏହି ଯୋଜନାରୁ ନିଜର ନାମ ହଟାଇବା ପାଇଁ ରେଡ ଫର୍ମ ରେ ଆବେଦନ କରିପାରିବେ କାରଣ ଏହିମାନେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ନୁହନ୍ତି ଯଦି ନାମ ନ ହଟାଇ ଏହି ଯୋଜନାରେ ଫାଇଦା ଉଠାନ୍ତି , ଧରାପଡ଼ିଲେ ନେଇଥିବା ଅର୍ଥ ସହ ଅଇନି ଅନୁସାରେ ଦଣ୍ଡିତ ହେବେ |

Leave a Reply

Your email address will not be published. Required fields are marked *

WP Facebook Auto Publish Powered By : XYZScripts.com