ଶ୍ରୀ ଦୁର୍ଗା ମାଲେଶ୍ଵର ସ୍ୱାମୀ ମନ୍ଦିର ଦର୍ଶନ କରିବାକୁ ଚାହୁଁଛନ୍ତି କି ? ତାହାଲେ ଯାଣିନିଅନ୍ତୁ ଏହି ନିଅମ !!!


January 1, 2019

ଶ୍ରୀ ଦୁର୍ଗା ମାଲେଶ୍ଵର ସ୍ୱାମୀ ମନ୍ଦିର ଆନ୍ଧ୍ରପ୍ରଦେଶର ଏକ ପ୍ରସିଦ୍ଧ ମନ୍ଦିର | ଏହି ମନ୍ଦିରରେ ଏକ ନୂଆ ନିଅମ ମହିଳା ମାନଙ୍କ ପାଇଁ ଲାଗୁହେଇଅଛି | ଏଣିକି ଜାନୁଆରୀ ୧ ତାରିଖ ପରଠାରୁ ମହିଳାମାନେ ଜିନ୍ସ ପିନ୍ଧି ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ | ପ୍ରବେଶ କରିବା ପାଇଁ ଶାଢ଼ୀ ପରିଧାନ ଅପରିହାଯ୍ୟ |

ଏହି ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାର ଶ୍ରୀଯୁକ୍ତ କୋଟେଶ୍ୱରମଙ୍କ ସୂଚନା ଅନୁଯାଇ କି କେବଳ ମହିଳାଙ୍କ ପାଇଁ ନୁହେଁ, ପୁରୁଷଙ୍କ ପାଇଁ ମଧ୍ୟ କଟକଣା ଲାଗୁ କରାଯିବ ଏଣିକି ମହିଳା ତୀର୍ଥଯାତ୍ରୀମାନେ ସ୍କଟ କିମ୍ବା ଜିନ୍ସ, ଏବଂ ପୁରୁଷ ମାନେ ସର୍ଟ ପିନ୍ଧି ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ | ମନ୍ଦିର ପରିସର ଭିତରେ ତୀର୍ଥଯାତ୍ରୀ ମାନଙ୍କ ପାଇଁ ସମାନ ରଙ୍ଗର ଶାଢ଼ୀ ରଖାଯିବ | ତୀର୍ଥଯାତ୍ରୀମାନେ ନିଜର ପୋଷାକ ବଦଳାଇ ମନ୍ଦିର ଭିତରକୁ ପ୍ରବେଶ କରିବେ ଏବଂ ଗରିବ ଯାତ୍ରୀ ମାନଙ୍କପାଇଁ କାମ ଦରରେ ଶାଢ଼ୀ ଯୋଗାଇ ଦେବାର ବ୍ୟବସ୍ତା ମଧ୍ୟ କରାଯିବ |

ଶାଢ଼ୀ ପିନ୍ଧିବା ହେଉଛି ଭାରତୀୟ ସଂସ୍କୃତିର ପରମ୍ପରା | ତେଣୁ ଭାରତୀୟ ସଂସ୍କୃତିର ସମ୍ମାନ ଦେଇ ନୂଆ ନିଅମକୁ ସହଯୋଗ କରନ୍ତୁ |

Leave a Reply

Your email address will not be published. Required fields are marked *

WP Facebook Auto Publish Powered By : XYZScripts.com